ସୂଚନା ଅନୁସାରେ ଅପରାହ୍ନ ପ୍ରାୟ 5.30 ମିନିଟ ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଦେଉଳମୁଣ୍ଡା ଗ୍ରାମର ଅମୟ ପେରାଙ୍କ ଘରେ ଏକ ବିଷଧର ନାଗସାପ ଦେଖି ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ l ଅମୟ ତୁରନ୍ତ ପୁଳେଶ୍ୱର ଗ୍ରାମର ସର୍ପ ଧରାଳି ଲୋକନାଥଙ୍କୁ ଖବର ଦେଇଥିଲେ l ଖବର ପାଇ ଲୋକନାଥ ଘଟଣା ସ୍ଥଳରେ ପହଂଚି ସାପଟିକୁ ସୁରକ୍ଷିତ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡିଦେଇଥିବା ସୂଚନା ଥିବାବେଳେ, ସାପଟି ଦୁଧିଆ ପ୍ରଜାତିର ନାଗ ସାପ ବୋଲି ଜଣାପଡିଛି l