ଦିଗଝରଣ ଡ଼୍ୟାମରୁ ମେଗା ଜଳ ଯୋଗାଣ ପ୍ରକଳ୍ପ ପାଇଁ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଯୁଯୁମୁରା ବ୍ଲକ ଅନ୍ତର୍ଗତ କେଶାପାଲି ସ୍ଥିତ ଦିଗଝରଣ ଡ୍ୟାମରୁ କେଶାପାଲି ଓ ଗଡ଼ଲୁଇସିଂ ପଞ୍ଚାୟତକୁ ମେଗା ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳସେଚିତ କରିବା ଉଦ୍ଦେଶ୍ୟରେ ଗୁରୁବାର ସକାଳେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର କ୍ଷେତ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର ସାମାଜିକ କର୍ମୀ ଦୀପକ ବିଶ୍ବାଳଙ୍କ ସମେତ ସ୍ଥାନୀୟ ଚାଷୀଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି । କେଶାପାଲି ଓ ଗଡ଼ଲୁଇସିଂ ଗ୍ରାମପଞ୍ଚାୟତର ପ୍ରାୟ 25 ଖଣ୍ଡ ମୌଜାର ପ୍ରାୟ ଦୁଇ ହଜାର ହେକ୍ଟର ଚାଷ