ସୋନପୁର: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଫକସପ୍ଲସ ପରିଚାଳକଙ୍କ ନାମରେ ଟାଉନଥାନା ମାମଲା ରୁଜ୍ଜୁ କରାଯାଇଛି।
ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି ଫକସପ୍ଲସ ପରିଚାଳକଙ୍କ ନାମରେ ଟାଉନଥାନା ମାମଲା ରୁଜ୍ଜୁ କରାଯାଇଛି। ଆଜି ସଂଧ୍ୟା ପ୍ରାୟ ୬ଟାରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ଏକ ସଭାଯାତ୍ରାରେ ଯାଇ ଟାଉନଥାନା କୁ ପହଞ୍ଚି ଥିଲେ।ତେବେ ଟାଉନଥାନରେ ଥାନା ଅଧିକାରୀ ନଥିବାରୁ କଂଗ୍ରେସ କର୍ମୀ ମାନେ ଥାନା ବାରଣ୍ଡାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଥାନା ଅଧିକାରୀ ଆସିଲା ପରେ ହିଁ ଆମେ ଏହି ଏଫେଆର ଦେବୁ ବୋଲି ଜିଦ୍ ଧରି ଥାନା ବାରଣ୍ଡାରେ ବସି ରହିଥିଲେ କଂଗ୍ରେସ କର୍ମୀ। ଯାହା ଅଭିଯୋଗ ରହିଛି।