ବାମରା ବ୍ଲକ ଅନ୍ତର୍ଗତ ସାଙ୍କୋବାହାଲ ଠାରେ ଜଣେ ନାବାଳକ ଅନ୍ୟ ଜଣେ ନାବାଳକ ଙ୍କୁ ପଥର ରେ ମାରି ମୁଣ୍ଡ ଫଟାଇ ଦେଇଥିବା ଗୋବିନ୍ଦପୁର ଥାନା ରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ସାଙ୍କୋବାହାଲ ଠାରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମାନସିକ ବିକ୍ଷିପ୍ତ ନାବାଳକ ନିଜ ଘର ନିକଟରେ ଖେଳୁଥିବା ବେଳେ ଅନ୍ୟ ଜଣେ ନାବାଳକ ତାଙ୍କୁ ଏକ ପଥର ଫିଙ୍ଗି ମାଡ ମାରିବାରୁ ତାଙ୍କ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିବା। ଆହତ ନାବାଳକ ଙ୍କୁ ଗୋବିନ୍ଦପୁର ଡାକ୍ତରଖାନା ରେ ଚିକିତ୍ସା କରାଯାଇଛି। ଅନ୍ୟ ପଟରେ ଉକ୍ତ ଘଟଣା କୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଥିଲା।