ବାଲେଶ୍ଵର ସହରର ଭୋଇସାହି ଠାରେ ଆ. କା.ମା.ବୈ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଦୁଇଦିନ ବ୍ୟାପି ବୋଇତ ବନ୍ଦାଣ ଉତ୍ସବ ପାଳନ ହୋଇଯାଇଛି।ଆଜି ସନ୍ଧ୍ୟା ୭ ଟା ସମୟରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଇଂ.ରବୀନ୍ଦ୍ର କୁମାର ଜେନା ଯୋଗଦେଇ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ସଂସ୍କୃତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ପୂର୍ବତନ ବାଲେଶ୍ବର ପୌର ଅଧ୍ୟକ୍ଷ ଆଲୋକ କୁମାର ସାହୁ,ଯୁବନେତା ବିକ୍ରମ ପଣ୍ଡା,ୱାର୍ଡ।କାଉନସିଲର ସଞ୍ଜୀବ ଦାସ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।