ସୁକିନ୍ଦା: ଗିରିଙ୍ଗାମାଳି ପାଖ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର
Sukinda, Jajpur | Nov 11, 2025 ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗିରିଙ୍ଗାମାଳି ପାଖ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର । ସୂଚନା ଗିରିଙ୍ଗାମାଳି ପାଖ ରେଙ୍ଗାଲି ରାସ୍ତାରେ ବାଇକ ଦୁର୍ଘଟଣାରେ ସ୍ଥାନୀୟ ବାସିନ୍ଦା ଗେରସଙ୍ଗ ହେମ୍ବ୍ରମ ଗୁରୁତର ହୋଇଯାଇଥିଲେ । ତାଙ୍କୁ ସ୍ଥାନୀୟ ଲୋକ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ମଙ୍ଗଳବାର ରାତି 9 ଘଟିକା ସମୟରେ ଦେଖିବାକୁ ମିଳିଛି ।