ଗୋପାଳପୁର: ସୁନାପୁର ସମୁଦ୍ର ବେଳାଭୂମିରେ ଗାଧୋଇବା ବେଳେ ବୁଡିଗଲେ ୩ ଯୁବକ, ୨ ଉଧାର ଓ ଜଣେ ନିଖୋଜ
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟସ୍ଥ ସୁନାପୁର ସମୁଦ୍ର ବେଳାଭୂମିରେ ଗାଧୋଇବା ବେଳେ ବୁଡିଗଲେ ୩ ଯୁବକ। ରବିବାର ଅପରାହ୍ନରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଗାଧୋଇବା ବେଳେ ସମୁଦ୍ର ଢେଉର ପ୍ରଖର ସ୍ରୋତ ରେ ଭାସି ଯାଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି। ଅନ୍ଯ ଜଣେ ଭାସି ଯାଇଥିବା ବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଖୋଜାଖୋଜି କରୁଥିବା ସୂଚନା ମିଳିଛି।