ଆଜି ଜାନୁଆରୀ 18 ତାରିଖ ରବିବାର ଅପରାହ୍ନ 4:30 ରୁ ସନ୍ଧ୍ୟା 6 ଟା ମଧ୍ୟରେ ଏହି ଅମାନିଆ ମାନେ ଧରା ପଡିଛନ୍ତି। ଧରୁଆ ଡିହି ପୋଲିସ କୁଆଁର ମାଲ ରେଳ ଫାଟକ ନିକଟରେ MV ଚେକିଂ କରୁଥିବା ବେଳେ 8 ଜଣ ବାଇକ ଆରୋହୀ ଯେଉଁ ମାନେ ବିନା ହେଲମେଟ ରେ ବାଇକ ଚାଳନା କରୁଥିଲେ ଓ ଜଣେ କାର ଚାଳକ ଯିଏ ବିନା ସିଟ୍ ବେଲଟ୍ ରେ ଗାଡ଼ି ଚାଳନା କରୁଥିଲେ ଧରା ପଡିଛନ୍ତି। ଧରୁଆ ଡିହି ପୋଲିସ 9 ଟି ଚାଲାଣ କାଟିବା ସହ ସେମାନଙ୍କ ନିକଟରୁ 9 ହଜାର ଟଙ୍କା ଜୋରିମାନା ଆଦାୟ କରି ରାଜ କୋଷକୁ ପଠାଇ ଛନ୍ତି।