ବୌଦ୍ଧ ସଦର: ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଆରମ୍ଭ ହୋଇଛି
ବୌଦ୍ଧ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଏକ ସ୍ବତନ୍ତ୍ର ସେବା ଶିବିର ଆରମ୍ଭ ହୋଇଛି। ଏହି ଶିବିର ଆସନ୍ତା ୧୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ରବୀନ୍ଦ୍ର କୁମାର ସାହୁ ଏବଂ ପ୍ରାଶାସନିକ ଅଧିକାରୀ ପ୍ର. ପ୍ରମୋଦ କୁମାର ମେହେର ଏହାକୁ ଉଦ୍ଘାଟନ କରିଥିଲେ। ଆଜି ଜାତୀୟ ସେବା ଯୋଜନା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଂଯୋଜକ ପ୍ର. ବିରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ଵେଚ୍ଛାସେବୀମାନଙ୍କୁ ଛାତ୍ର ଜୀବନରେ ଜାତୀୟ ସେବା ଯୋଜନାର ଗୁରୁତ୍ତ୍ଵ ସଂପର୍କରେ ଆଲୋଚନା କରିଥିଲେ