ଖଲ୍ଲିକୋଟ୍: ଲକ୍ଷ୍ମୀ ବସ ଡ୍ରାଇଭର ନାମରେ ସାଙ୍ଘାତିକ ଅଭିଯୋଗ, ଖଲ୍ଲିକୋଟ ଥାନା ପରିସରରେ ପ୍ରତିକ୍ରିୟା ରଖିଲେ ଅଭିଯୋଗକାରୀ
ଲକ୍ଷ୍ମୀ ବସ ଡ୍ରାଇଭର ନାମରେ ସାଙ୍ଘାତିକ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ରାତି ପ୍ରାୟ ୮ ଟା ସମୟରେ ବିକ୍ରମପୁର ରୁ ଖଲ୍ଲିକୋଟ ଅଭିମୁଖେ ଆସୁଥିବା ଲକ୍ଷ୍ମୀ ବସ ହଠାତ୍ ଲୋଙ୍ଘର ଗ୍ରାମ ରାସ୍ତାରେ ଏକ ୩ ଦିନର ବାଛୁରୀ ଛୁଆ ଉପରେ ମାଡ଼ି ଯାଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ହିଁ ବାଛୁରୀ ଛୁଆ ଟିର ମୃତ୍ୟୁ ହୋଇଯାଇଥିଲା । ତେବେ ତୁରନ୍ତ ବସ ଡ୍ରାଇଭର ଜଣଙ୍କ ମୃତ ବାଛୁରୀ ଛୁଆ କୁ ବସ ରେ ନେଇ ଯାଇ କେଉଁ ଆଡ଼େ ଫୋପାଡି ଦେଇଥିବା ଆଜି ରାତି ପ୍ରାୟ ସାଢ଼େ ୯ ଟା ସମୟରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି ଲୋଙ୍ଘର ଗ୍ରାମର ଯୁବ ଗୋଷ୍ଠୀ ।