ବରଗଡ ସଦର: ଭଟଲି ବ୍ଲକ କୃଷକ ସଙ୍ଗଠନ ଓ ବାରପାହାଡ଼ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ
ଭଟଲି ବ୍ଲକ କୃଷକ ସଂଗଠନ ଓ ବାରପାହାଡ଼ କୃଷକ ସଂଗଠନ ପକ୍ଷରୁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଜଙ୍ଗଲୀ ବରାହ ଦ୍ୱାରା ଫସଲ ନଷ୍ଟ ହେଉଥିବା ଘଟଣାରେ ଏହାର ସମାଧାନକୁ ନେଇ ଦାବିପତ୍ର ପ୍ରଦାନ କରିବା ସହ କ୍ଷୟକ୍ଷତି ଆକଳନ କରି ସଠିକ କ୍ଷତିପୂରଣ ପ୍ରଦାନ, ତାର ବାଡ଼ କିମ୍ବା ସୋଲାର ଫେନସି ର ବ୍ୟବସ୍ଥା କରି ଫସଲକୁ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି ।