ଚନ୍ଦକା: ଚନ୍ଦକା ଥାନା ଅଞ୍ଚଳରେ ଆପାର୍ଟମେଣ୍ଟରୁ ସିରିଜ ଲୁଟ, ଶିଶିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ
ଚନ୍ଦକା ଥାନା ଅଞ୍ଚଳରେ ମାତିଲେ ମୁଖା ପିନ୍ଧା ଲୁଟେରା | ଆପାର୍ଟମେଣ୍ଟ ରେ ପଶି ସିରିଜ ଲୁଟ କରିଥିବା ନେଇ ଆଜି 3.21ରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଛାନବିନ ଆରମ୍ଭ କରିଛି | ଶିଶିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ | ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରୀଟି ଗାର୍ଡଙ୍କୁ ପୋଲିସ ପଚରା ଉଚରା କରିବା ସହ ଲୁଟ ର ଶିକାର ହୋଇଥିବା ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ | ପ୍ରାୟ 50ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଦୁଇଟି ଫ୍ଲାଟର ମାଲିକ |