ଆନନ୍ଦପୁର: ଆନନ୍ଦପୁର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ
ଆନନ୍ଦପୁର ଷ୍ଟାଡିୟମରେ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇ ଯାଇଛି। ଦିନ ଗୋଟାଏ ବେଳେ ଆନନ୍ଦପୁର ଉପଖଣ୍ଡ ପୋଲିସ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥବା ବେଳେ ବିଜେପି ନେତା ଆଲୋକ ସେଠୀ, ପୂର୍ବତନ ପୌରାଧ୍ୟାକ୍ଷ ରାମଚନ୍ଦ୍ର ସାହୁ ପୂର୍ବତନ ପୌର ଉପାଧ୍ୟକ୍ଷ ସୁରେଶ ସାହୁ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଆନନ୍ଦପୁର ସାଂସଦ ପ୍ରତିନିଧି ଟୁକୁନା ମହାନ୍ତ, ମହିଳା ନେତ୍ରୀ ସୁମତି ସେଠୀ, ନିରାକାର ଦଳେଇ ପ୍ରମୁଖ ଯୋଗଦେଇଥିଲେ। ଏହି ପ୍ରତିଯୋଗିତାରେ ହାଟଡିହି ଓ ଆନନ୍ଦପୁର ବ୍ଲକର ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ ।