ବଲାଙ୍ଗିର ଜିଲ୍ଲା ଖର୍ସେଲ ପଡା ଠାରେ ଦୀର୍ଘଦିନ ଧରି ଚାଲିଆସୁଥିବା ତୁଳସୀ ରାମାୟଣ ପରାୟଣ କାର୍ଯ୍ୟକ୍ରମ ଅବସରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ସୀତା ବିବାହ ଅନୁଷ୍ଠିତ ହୋଇଛି। ଏହି ପବିତ୍ର ଅବସରରେ ମାତା ସୀତାଙ୍କ ମାତା–ପିତା ହେବାର ସୌଭାଗ୍ୟ ପାଇଥିଲେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଗୋଲାପ ବାଗ। ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ଜଗତ୍ଜନନୀ ମାତା ସୀତାଙ୍କ ଆଶୀର୍ବାଦ ଲାଭ କରି ଭକ୍ତମାନେ ଆନନ୍ଦିତ ହୋଇଥିଲେ। ସୀତା ବିବାହ କାର୍ଯ୍ୟକ୍ରମରେ ପୌରାଧକ୍ଷା ଲିକା ସାହୁ ଯୋଗଦାନ କରି ଦର୍ଶନ ଲାଭ କରିଥିଲେ।