ଜୟପୁର ସଦରଥାନା ଅନ୍ତର୍ଗତ ସଲପା ଗ୍ରାମରେ ମାରପିଟକୁ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି l ଅଭିଯୋଗ କୁ ଭିତ୍ତି କରି ସଦରଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ତରଫରୁ ଆଜି ରାତ୍ର 8ଟାରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ମଦନ ହରିଜନ ଗତକାଲି ସନ୍ଧ୍ୟା ୭ଟାରୁ ୮ଟା ସମୟ ମଧ୍ୟରେ ସଲପା ଗ୍ରାମର ଚର୍ଚ୍ଚ ନିକଟରେ ପ୍ରୋଗାମ ଚାଲୁଥିବା ସମୟରେ ଦୁଇଜଣ ଦୁର୍ବୁତ୍ତ ଆସି ମଦନ ହରିଜନକୁ ଖଣ୍ତା, ଧାରୁଆ ଅସ୍ତ୍ର ରେ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।