ସୋର: ମାଟିଆପଲ୍ଲା ସମେତ ବିଭିନ୍ନ ସ୍ଥାନରେ ଖଣି ବିଭାଗର ଚଢ଼ାଉ, ଦୁଇ ବେଆଇନ ବାଲି ଏବଂ ପଥର ବୋଝେଇ ଗାଡି ଜବତ
Soro, Balasore | Oct 24, 2025 ଖଣି ବିଭାଗ ତରଫରୁ ସୋର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଟି ବେଆଇନ ବାଲି ଏବଂ ପଥର ବୋଝେଇ ଡମ୍ପରକୁ ଜବତ କରି ସୋର ଥାନାରେ ଜିମା ଦିଆଯାଇଛି। ସୂଚନା ଅନୁସାରେ ଆଜି ଭୋର ସମୟରେ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଏକ ଟିମ ସହ ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଲ୍ଲା ଛକ ନିକଟରେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ବାଲି ବୋଝେଇ ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରୁଥିଲେ।ଏହି ସମୟରେ ଓଡି ୦୧ଏପି ୭୭୦୭ ନମ୍ବର ବିଶିଷ୍ଟ ହାଇୱାଟି ବେଆଇନ ଭାବେ ବାଲି ପରିବହନ କରୁଥିବା ଜାଣିପାରି ହାଇୱା ଟିକୁ ଜବତ କରି ଥାନାରେ ଜିମାଦେଇଥିଲେ