ଗୋପାଳପୁର: କନିସି ତହସିଲ୍ ଠାରେ ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ, ଯୋଗଦେଲେ ୨ ମନ୍ତ୍ରୀ
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ତହସିଲ୍ ଠାରେ ରାଜସ୍ୱ ବିଭାଗ ଦ୍ୱାରା ଜନସାଧାରଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି। ସୋମବାର ଅପରାହ୍ନରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ।