ବୁଧବାର ଦିନ 11 ଘଟିକା ସମୟରେ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ବାଉରିଆକଣ ଅଞ୍ଚଳର ଦୁଲଲତା ସ୍ୱାଇଁ ଙ୍କ ପୁଅ କାମ କରୁଥିବା ଜାଗର ମାଲିକ ଟଙ୍କା ନଦେବାରୁ ଦୁଲଲତା ତାଙ୍କ ପୁଅକୁ କାମକୁ ଯିବାକୁ ମନା କରିଥିଲେ । କିନ୍ତୁ ମାଲିକ ଜଣକ ଘରେ ପଶି ଜବରଦସ୍ତି ପୁଅକୁ କାମକୁ ଟାଣି ଟାଣି ନେବାକୁ ଉଦ୍ୟମ କରିଥିଲା । ଦଲଲତା ସ୍ୱାଇଁ ବାରଣ କରିବାରୁ ମାଲିକ ତାଙ୍କୁ ମାଡ ମାରିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ କାକଟପୁର ଥାନାରେ ଏକ ଲିଖିତ ଏତଲା ଦେଇଥିଲେ ଦୁଲାଲତା ସ୍ୱାଇଁ । ଏହି ଏତଲା କୁ ଭିତ୍ତି କରି କାକଟପୁର ଥାନରେ 60/24 ରେ ଏକ ମାମଲା ରୁଜ୍ଜୁ କରାଯାଇଛି।