କୋମନା: ତରବୋଡ଼ ଠାରେ ଛାତ୍ରୀଙ୍କୁ ଯୁକ୍ତ ୨ ଅଧ୍ଯୟନ ପାଇଁ ସହଯୋଗ କଲେ ଜିଲ୍ଲାପାଳ
Komna, Nuapada | Aug 23, 2024 ନୂଆପଡା ଜିଲ୍ଲାପାଳ ତରବୋଡ଼ ପଞ୍ଚାୟତ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ଗସ୍ତ କରିଥିବା ବେଳେ ଏହି ଅବସରରେ ଜଣେ ଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗ କରିଛନ୍ତି। ଛାତ୍ରୀ ଜଣକ ମାଟ୍ରିକ ପାସ୍ କରି ଯୁକ୍ତ ୨ ରେ ନାମ ଲେଖାଇବା ପାଇଁ ଅର୍ଥ ବାଧକ ସାଜିଥିଲା। ତେବେ ଜିଲ୍ଲାପାଳ ଖବର ଶୁଣି ଛାତ୍ରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି। ଏଥି ସହିତ ଯୁକ୍ତ ୨ ନାମ ଲେଖାଇବା ପାଇଁ ସହଯୋଗ କରିଥିବା ସୂଚନା ମିଳିଛି।