ଜୁଜୁମୁରାରେ ବିଜେପିର ବିଜୟ ଉତ୍ସବ ପାଳନ lବିହାର ଓ ନୁଆପଡା ରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟୀ ପରେ ସାରା ରାଜ୍ୟର ବିଜେପି ଶିବିରରେ ଉସ୍ଚାହ ଦେଖିବାକୁ ମିଳିଛି । ଏହି ଅବସରରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୁଯୁମୁରା ଠାରେ ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ନେତୃତ୍ବରେ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେପି କର୍ମୀମାନେ ବାଣ ଫୁଟାଇ , ମିଠା ବାଣ୍ଟି ବିଜୟ ଉତ୍ସବ ପାଳନ କରିବାସହ ବିହାର ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏନଡିଏ ଐତିହାସିକ ବିଜୟ ହାସଲ କରିଥିବରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ l