ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ବ୍ଲକ ଅନ୍ତର୍ଗତ ଡୁମ୍ୱେରଢ଼ିହି ଠାରୁ ନାଏକ ବନ୍ଧପାଲି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଆଜି ସକାଳ ସାଢେ ଏଗାରଟା ସମୟରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମିତ ହେବାକୁ ଥିବା ଡୁମ୍ୱେରଢ଼ିହି ଠାରୁ ନାଏକ ବନ୍ଧପାଲି ରାସ୍ତାର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଏବଂ ବ୍ଲକ ଅଧିକାରୀଗଣ ଉପସ୍ଥିତ ରହିଥିଲେ। ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମବାସୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉନ୍ନତ ଯାତାୟାତ ର ସୁବିଧା ପାଇପାରିବେ