ସୋର: ସୋର ଅବକାରୀ ବିଭାଗ ତରଫରୁ ବେଲଦା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ, ଦେଶୀମଦ, ବିୟର ଜବତ, ପାଞ୍ଚ ଗିରଫ
Soro, Balasore | Oct 6, 2025 ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରି ଦେଶୀମଦ ଏବଂ ବିୟର ଜବତ କରିଥିବା ବେଳେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋରଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗା ଏବଂ ଖଇରା ଅବକାରୀ କର୍ମଚାରୀଙ୍କୁ ନେଇ ଏକ ଟିମ ସହବେଲଦା ଗ୍ରାମରେ ଚଢ଼ାଉ କରି ଜୟନ୍ତୀ ବେହେରା ନିକଟରୁ ୩୫ ଲିଟର ଦେଶୀମଦ,କେଶରୀପୁର ଜଗବନ୍ଧୁ ମଳିକ ନିକଟରୁ ୯ ଲିଟର ବିୟର,ସିମୁଳିଆ ଥାନା ଗଡ଼ସଙ୍ଖ ଗ୍ରାମର ମାଗୁଣି ତରେଇ ନିକଟରୁ ୪୦ ଲିଟର,ମାଣତ୍ରୀ ଗ୍ରାମର ବାସନ୍ତୀ ଗୋଛାୟତ ନିକଟରୁ ୩୦ ଲିଟର ଏବଂ ଖଇରା ଥାନା ପାଣିଶିଆଳି ଗ୍ରାମର ରାଜେଶ ଶିଅଳ ନିକଟରୁ ୪୦ ଲିଟର ଦେଶୀମଦଜବତ କରିଥିଲେ।