କାଙ୍କୁମର ଗ୍ରାମର ରବି ନାଏକ ଓ ସୁଶିଲ ମାଝୀ ଏକ ବାଇକ୍ ଯୋଗେ ଶନିବାର ଦିନ କୁଅଁରମାଲ ରୁ ନିଜ ଘର କୁ ଫେରୁଥିବା ବେଳେ ରାଉତବାହାଲ ବୁଲାଣି ରେ ସାମ୍ନା ପଟରୁ ଆସୁଥିବା ଏକ ପିକଅପ ଗାଡ଼ି ସହ ତାଙ୍କ ଧକ୍କା ହୋଇଥିଲା। ଉକ୍ତ ଦୁର୍ଘଟଣା ରେ ବାଇକ୍ ପଛ ପଟେ ବସିଥିବା ସୁଶିଲ ମାଝୀ ଙ୍କ ଆଣ୍ଠୁ ରେ ଗଭୀର ଆଘାତ ଲାଗି ସେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସନ୍ଧ୍ୟା ୬ ଟାରେ ସୁନ୍ଦରଗଡ଼ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଛି।