ଆଜି ଅପରାହ୍ନରେ ବଲାଙ୍ଗୀର ସହର ଅନ୍ତର୍ଗତ ବେହେରାପାଲି ରେଲୱେ ଲାଇନରୁ ଏକ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର କରିଛି ରେଳବାଇ ପୋଲିସ। ପ୍ରଥମେ ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଆଜି ରାତି ପ୍ରାୟ ୮ଟା ସମୟରେ ପୋଲିସ ମୃତକଙ୍କ ପରିଚୟ ସ୍ପଷ୍ଟ କରିଛି। ମୃତକ ହେଲେ ବଲାଙ୍ଗୀର ତାଲପାଲିପଡା ବାସିନ୍ଦା ପ୍ରଦୀପ୍ତ କୁମାର ଦାସ। ସେ ୨୦୧୮ ମସିହାରେ ଲୋଇସିଂହା କଲେଜରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଥିଲେ ଏବଂ ଅବସର ପରେ ତାଲପାଲିପଡାରେ ରହୁଥିଲେ। ରେଳଧାରଣାରେ ଚାଲୁଥିବା ସମୟରେ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହେଉଛି। ମୃତଦେହକୁ ଶବ ପରୀକ୍ଷା ପାଇଁ ଭୀମ ଭୋଇ ମେଡିକାଲ