ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଆଜି ସକାଳ 7ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ତରଫରୁ ପାଇକମାଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଠିକ ସେହିପରି ଝାରବନ୍ଧ ପୋଲିସ ତରଫରୁ ମଧ୍ୟ ଝାରବନ୍ଧ ରେ ଏକତା ଦୌଡ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଥାନାଧିକାରୀ, ପୋଲିସ କର୍ମଚାରୀ, ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ ।