ବାଲେଶ୍ବର ମ୍ୟୁନିସିପାଲଟି: ଶ୍ରୀ ଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଠାରେ ବିଶାଳ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଲେ ସରକାରୀ ଦଳ ଉପମୁଖ୍ୟ ସଚେତକ
ବାଲେଶ୍ଵରର ସହରର ଶିଳ୍ପାଞ୍ଚଳ ସ୍ଥିତ ଶ୍ରୀ ଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁ ଠାରେ ଆଜି ପୂର୍ବାହ୍ନ ୧୧ ଟା ରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଇନଷ୍ଟିଚ୍ୟୁର ଚେୟାରମ୍ୟାନ ଗଙ୍ଗାଧର ଜେନାଙ୍କ ଜନ୍ମ ଦିବସ ଉପଲକ୍ଷେ ଆୟୋଜିତ ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଶିବିରକୁ ଉଦଘାଟନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଶ୍ରୀ ଦାସ ଇନଷ୍ଟିଚ୍ୟୁଟ କର୍ତ୍ତୃପକ୍ଷଙ୍କ ସହ ଚାରାଗଛ ରୋପଣ କରିଥିଲେ ।