ପୋଲସରା: ଘୋଡାପଡା ଗାଁରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଯୁବକଙ୍କୁ ମରଣାନ୍ତକ,ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ବୁଗୁଡା ଥାନା ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତ ଘୋଡାପଡା ଗାଁରେ ଯୁବକଙ୍କୁ ଖଣ୍ତାରେ ମରଣାମ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି, ଯୁବକଜଣକ ହେଲେ ଘୋଡାପଡା ଗାଁର ଯୋଗୀ ଗୌଡ,ସେ ନିଜ ଗାଁ କୋଠଘରେ ବସିଥିବା ବେଳେ କିଛି ଯୁବକ ତାଙ୍କୁ ସେଠାରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଆକ୍ରମଣକାରୀ ମାନେ ଘଟଣା ସ୍ଥଳରୁ ଫେରାର୍ ଥିବା ବେଳେ ଘର ଲୋକେ ତାଙ୍କୁ ଅପରାହ୍ନ ତିନିଟା ସମୟରେ ବୁଗୁଡ଼ା ମେଡିକାଲ ରେ ଆଣି ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ବୁଗୁଡା ପୋଲିସ୍ ଖବର ପାଇ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।