ମଦ୍ୟ ପାନ କରି ଗାଡି ଚଲାଉଥିବା ୫ ଜଣମଦ୍ୟପ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ l କାର ଡ୍ରାଇଭର ଓ ବାଇକ ଚାଳକ ମାନଙ୍କର ଗାଡିକୁ ଜବତ କରି ନୋଟିସ ପରେ ତାଗିଦ କରି ଛଡାଯାଇଥିବା ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଆଜି ସଂନ୍ଧ୍ୟା 7ଟା ସମୟରେ ସୂଚନା ଦେଇଛନ୍ତି। ଡ୍ରାଇଭର ଓ ବାଇକ ଚାଳକ ମାନଙ୍କୁ ବ୍ରେଥଆନାଲିଜର ରେ ଚେକି˚ କରି ୪୦ ଏମଜିରୁ ଅଧିକ ଥିବା ଲୋକଙ୍କୁ ଅଟକ ରଖି ସେମାନଙ୍କ ନାମରେ ମାମଲା ରୁଜୁ କରୁଛି। ଗାଡିଚାଳକ ମାନେ ଆବଶ୍ୟକ କାଗଜପତ୍ର ଦାଖଲ ଏବ˚ କୋର୍ଟରେ ଜୋରିମାନା ବାନ୍ଧି ଏନଓସି ଆଣିବା ପରେ ଜବତ ଗାଡି ଗୁଡିକୁ ହସ୍ତାନ୍ତର କରାଯିବ l