ସିମୁଳିଆ: ମାଟିଆଲପଦା ଗ୍ରାମ ରେ ଜମିବାଡ଼ି ବିବାଦ କୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି,
ଜମି ବାଡ଼ି ବିବାଦ କୁ ନେଇ ଶାବଳ ରେ ଆକ୍ରମଣ, ଗୁରୁତର ଅବସ୍ଥା ରେ ଜଣେ ମେଡିକାଲ ରେ ଭର୍ତ୍ତି l ଖଇରା ବ୍ଲକ ଶ୍ୟାମ ସୁନ୍ଦର ପୁର ପଞ୍ଚାୟତ ମାଟିଆଲପଦା ଗ୍ରାମ ର ରାମ ମହାନ୍ତି ଓ ଉପେନ୍ଦ୍ର ଦାସ ଙ୍କ ମଧ୍ୟ ରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା l ଆଜି ରବିବାର ରାତି 8 ଘଟିକା ସମୟରେ ଉପେନ୍ଦ୍ର ନିଜ ଘରକୁ ଆସୁଥିବା ବେଳେ ଘର ସମ୍ମୁଖରେ ରାମ ମହାନ୍ତି ଏକ ଶାବଳ ରେ ଉପେନ୍ଦ୍ର ଙ୍କୁ ଆକ୍ରମଣ କରିଥିଲେ l ଆକ୍ରମଣ ରେ ଉପେନ୍ଦ୍ର ଙ୍କ ହାତ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ବେଳେ ସ୍ଥାନୀୟ ଲୋକ ମାନେ ଆମ୍ବୁଲାନ୍ସ ରେ ଖଇରା ମେଡିକାଲ ରେ ଭର୍ତ୍ତି କରିଛନ୍ତି l