ଝାରସୁଗୁଡା ଜିଲ୍ଲା ଲଖନପୁର ଗ୍ରାମପଞ୍ଚାୟତର ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପାଇଁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ନେଇ ଆଜି ଦିନ ବାରଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ଲଖନପୁର ସରପଞ୍ଚଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ଭିଡିଓ କନ୍ଫରେନ୍ସ ମାଧ୍ଯମରେ ଯୋଗଦାନ କରିଥିଲେ। ତେବେ ସୁଦୃଢ଼ ପଞ୍ଚାୟତ ଵ୍ୟଵସ୍ଥା ପାଇଁ ଦୀପାବଳୀର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ମୋଟ ୪୭୧ ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି