ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥିତ ପିଏମ୍ ଶ୍ରୀ ଓପିଏମ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ସକାଳ ଏଗାରଟା ସମୟରେ ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ ଏହି ପିଏମ ଶ୍ରୀ ଉତ୍ସବ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡ଼ତିଆ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଶିକ୍ଷା ହିଁ ଆମ ସମାଜର ମୂଳଦୁଆ, ଏବଂ ପିଏମ୍ ଶ୍ରୀ ଭଳି ଅଭିନବ ପ୍ରୟାସ ପିଲାମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେବାରେ ସହାୟକ ହେବ ବୋଲି ଅତିଥି ଗମ ମତ ପ୍ରକାଶ କରିଥିଲେ |