ରେଢାଖୋଲ: ରେଢ଼ାଖୋଲ ପୋଲିସର ସଫଳତା , ଚୋରି ମୋବାଇଲ ଉଦ୍ଧାର , ଜଣେ ଗିରଫ
ରେଢ଼ାଖୋଲ ପୋଲିସର ସଫଳତା , ଚୋରି ମୋବାଇଲ ଉଦ୍ଧାର , ଜଣେ ଗିରଫ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ବଷ୍ଟାଣ୍ଡ ସ୍ଥିତ ୨ଟି ମୋବାଇଲ ଦୋକାନରୁ ଗତ ଏପ୍ରିଲ ମାସ ଓ ପରେ ପୁଣି ସେପ୍ଟେମ୍ବର ମାସରେ ରେ ପାଖାପାଖି ଗୋଟେ ଦୋକାନ ରୁ ୨୫ଟା ନୁଆ ମୋବାଇଲ ଏବଂ ଅନ୍ୟ ଦୋକାନ ରୁ ୧୦ଟି ପୁରୁଣା ମୋବାଇଲ ସହ କମ୍ପ୍ୟୁଟର ଓ କିବୋର୍ଡ଼ ସମେତ ମୋବାଇଲ ଚାରଜର୍ ,ଓ୍ବାଇ ଫାଏ,ବ୍ଲୁଟୁଥ ଇତ୍ୟାଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ଏନେଇ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଚୋରି ମୋବାଇ କରିଥିବା ଚୋରକୁ ଗିରଫ କରି ବୁଧବାର ସକାଳେ କୋର୍ଟ ଚାଲାଣ କରାଯାଇଛି ।