କବିସୂର୍ଯ୍ୟନଗର: ସୁମଣ୍ଡଳରୁ ବାଣ ଜବତ କଲା ବେଗୁନିଆପଡା ପୋଲିସ
ସୁମଣ୍ଡଳ ରେ ଚୋରା ବାଣ ଗଛିତ ଥିବା ଖବର ପାଇ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ନିର୍ଦେଶ କ୍ରମେ ଏସ ଆଇ ଟୁନା ପୀଡ଼ିକା ଙ୍କ ନେତୃତ୍ୱରେ ପୋଲିସ ଟିମ ଚଢ଼ାଉ କରି ଗୋଟିଏ ଦୋକାନରୁ ବାଣ ଜବତ କରିଛି ପୋଲିସ । ଏହି ଗ୍ରାମର ମୋହନପୁର ସାହିର ଗଣେଷ ବିଶ୍ୱାଳଙ୍କ ପୁଅ ରୋହିତ କୁମାର ବିଶ୍ୱାଳ ବାଣ ଗଛିତ ରଖିଥିବା ଗୋଦାମ ଘରେ ଚଡାଉ କରି ବାଣ ଜବତ କରିଛନ୍ତି । ଏଥିସହ ରୋହିତ କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏହି ବାଣ ମଧ୍ୟରେ କିଛି ବାଣ ହାତ ତିଆରି ହୋଇଥିବା ବେଳେ କିଛି ବାଣ କମ୍ପାନୀ ତିଆରି ହୋଇଥିବା ଜଣାପଡିଛି ।