ରାଜ୍ୟ ସରକାରଙ୍କ ଖାଉଟି ଓ ଯୋଗାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ରାଇସମିଲ ଏବଂ ଚାଉଳ ଗୋଦାମ ଉପରେ ଚଢ଼ାଉ ଜାରି ରଖିଥିବା ବେଳେ ଶନିବାର ଅପରାହ୍ନ ପାଞ୍ଚଟାରେ ବେତନଟୀ ଉପକଣ୍ଠ ଆମ୍ବଯୋଡାସ୍ଥିତ ସିଦ୍ଧିବିନାୟକ ରାଇସମିଲରେ ପହଞ୍ଚି କାଗଜପତ୍ର ଯାଞ୍ଚକଲେ ଏହି ସ୍ୱତନ୍ତ୍ର ଟିମ l ସ୍ୱତନ୍ତ୍ର ଟିମରେ ବ୍ରଜେନ୍ଦ୍ର ମହାପାତ୍ରଙ୍କ ସମେତ ଦୁଇଜଣ ସହକାରୀ ଯୋଗାଣ ଅଧିକାରୀ ଥିଲେ l