ଜୁନାଗଡ: ଜୁନାଗଡ଼ ସହର ଫତେନଗର ପଡାରେ ବୁଲୁଛନ୍ତି ଚୋର। ସିସିଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ
ଜୁନାଗଡ଼ ସହର ଫତେନଗର ପଡାରେ ଚୋର ମାନେ ବୁଲୁଥିବା ଅଭିଯୋଗ ହୋଇଛି।ବୁଧବାର ବିଳମ୍ବିତ ରାତ୍ରିରେ ଦୁଇଟି ଚୋର ଜୁନାଗଡ଼ ଫତେନଗର ପଡାର ଜନୈକ ବ୍ୟକ୍ତି ଙ୍କ ଗେଟ ଖୋଲି ଘର ଭିତରକୁ ପଶିଥିଲେ। ଦୁଇ ଜଣ ବ୍ୟକ୍ତି ମୁହଁରେ କପଡା ଗୋଡେଇ ଘର ଭିତରକୁ ପଶିଥିବା ବେଳେ ଘର ମାଲିକଙ୍କ ଘରେ ଲାଗିଥିବା ସିସିଟିଭିରେ ଘଟଣାର ଲାଇଭ ଦୃଶ୍ୟ ରେକର୍ଡ ହୋଇଯାଇଛି। ଜୁନାଗଡ଼ ଥାନାରେ କୌଣସି ଏତଲା ଦିଆଯାଇ ନ ଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।