ବୀରମହାରାଜପୁର: ହିକୁଡ଼ି ଆଇଟି ଆଇ କଲେଜ ପଛପଟେ ଯୁବତୀକୁ ଟେକି ନେଇ ଗଣ ଦୁଷ୍କର୍ମ, ଦୁଇ ଅଟକ
କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ବୀରମହାରାଜପୁର ଥାନା ହିକୁଡ଼ି ଆଇଟି ଆଇ ପଛପଟେ ଘଟିଛି ଏହି ଘଟଣା । ସୁଚନା ଅନୁସାରେ ଜଣେ ଯୁବତୀ ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ । ଗତକାଲି ସନ୍ଧ୍ୟା ସମୟରେ କାମ ସରି ଫେରୁଥିବା ବେଳେ କିଛି ଯୁବକ ତାଙ୍କୁ ଟେକି ନେଇ ଆଇ ଟି ଆଇ ପଛପଟେ ଦୁଷ୍କର୍ମ କରିଥିଲେ l ଏନେଇ ଯୁବତୀ ଜଣକ ରାତିରେ ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଥିଲା l ତେବେ ପ ଆଜି ସକାଳ 7ଟା 29 ରେ ଏକ ମାମଲା 229/25 ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳି