ବଲାଙ୍ଗୀରର ଡ୍ରଗ୍ ଡି-ଆଡିକ୍ସନ ସେଣ୍ଟର ପକ୍ଷରୁ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ ୧୧ତମ ସେମିନାର କାର୍ଯ୍ୟକ୍ରମ ଜନତା ହାଇସ୍କୁଲ, ଭଇଁସାରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି SS&EPD ବିଭାଗ, ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ବଲାଙ୍ଗୀରଙ୍କ ସହଯୋଗରେ ସଂପନ୍ନ ହୋଇଥିଲା। “ଇଣ୍ଟରଜେନେରେସନାଲ ବଣ୍ଡିଙ୍ଗ” ବିଷୟ ଉପରେ ଆଧାରିତ ଏହି ସେମିନାରରେ ପୁରୁଣା ଓ ନୂତନ ପିଢି ମଧ୍ୟରେ ସମ୍ପର୍କ ମଜବୁତ କରିବାର ଆବଶ୍ୟକତା ଉପରେ ଆଲୋଚନା ହୋଇଥିଲା। ପ୍ରାୟ ୮୨ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଓ ଜୁରି ସଦସ୍ୟମାନେ ଏଥିରେ ଅଂଶଗ୍ରହଣ କରିଥିଲେ।