ପଟ୍ଟାଙ୍ଗୀ: ଫୁଲଗୁଡା ଗ୍ରାମରେ ବିଜୟଦୁର୍ଗା ଠାକୁରାଣୀଙ୍କ ଦର୍ଶନ କଲେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା
ଦୁର୍ଗାଷ୍ଟମୀର ପବିତ୍ର ଅବସରରେ ପଟ୍ଟାଙ୍ଗୀ ବ୍ଲକ ପେଟରୁ ଗ୍ରାମପଞ୍ଚାୟତର ଫୁଲଗୁଡା ଗ୍ରାମରେ ବିଜୟଦୁର୍ଗା ଠାକୁରାଣୀଙ୍କ ଦର୍ଶନ କରିଛନ୍ତି ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ। ମାଙ୍କ ଦର୍ଶନ କରିବା ସହ ରାମଚନ୍ଦ୍ର କାଡାମ କହିଥିଲେ ମାଙ୍କ ଦର୍ଶନ କରି ସୌଭାଗ୍ୟ ଅର୍ଜନ କଲି। ମା'ଙ୍କ କରୁଣା ସମସ୍ତଙ୍କୁ ସୁଖ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ ହେଉ ବୋଲି କହିଥିଲେ ପଟାଙ୍ଗୀ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ।