ସୋର: ସାରୁପଦା ଗ୍ରାମକୁ ଗୋରୁ ଚୋରି କରିବାକୁ ଆସିଥିବା ଯୁବକକୁ ଧରି ପୁଲିସ ଜିମାଦେଲେ ଗ୍ରାମବାସୀ
Soro, Balasore | Nov 8, 2025 ଗୋରୁ ଚୋରି କରୁଥିବା ବେଳେ ଜଣେ ଯୁବକକୁ କାବୁ କରି ସୋର ପୁଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରମାବାସୀ। ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ଥାନା ସାରୁପଦା ଗାଁରେ ଏକ ଗାଡିରେ ଚାରିଜଣ ଯୁବକ ଗୋରୁ ଚୋରି କରିବାକୁ ଆସିଥିବା ବେଳେ ରାତିରେ ଗ୍ରାମର କିଛି ଯୁବକ ଏବାବଦରେ ଜାଣିପାରି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଚାରି ଜଣ ଯୁବକଙ୍କ ମଧ୍ୟରୁ ତିନିଜଣ ଉକ୍ତ ଗାଡିରେ ଫେରାର ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ଗାଁରେ ଲୁଚି ରହିଥିଲେ। ଆଜି ସକାଳେ ଗ୍ରାମବାସୀମାନେ ଉକ୍ତ ଯୁବକକୁ କାବୁ କରି ସୋର ପୁଲିସକୁ ଖବର ଦେଇଥିଲେ।