ସୁନ୍ଦରଗଡ ସହର: ସୁନ୍ଦରଗଡ଼ ସହରାଞ୍ଚଳ ନିକଟରେ ଥିବା ଇବ ନଦୀରେ ବୁଡ଼ି ତିନି ଜଣ ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି
ଆଜି ଅପରାହ୍ନରେ ସୁନ୍ଦରଗଡ଼ ସହରାଞ୍ଚଳ ନିକଟରେ ଥିବା ଇବ ନଦୀରେ ବୁଡ଼ି ୩ ନିଖୋଜ ହୋଇଥିବା ସୂଚନା ମିଳିଛି। ଆଜି ସୁନ୍ଦରଗଡ଼ ସହରରୁ ଇବ ନଦୀ କୁ ଭୋଜି କରି ଯାଇଥିବା ବେଳେ ଭୋଜି ସାରି ଇବ ନଦୀରେ ଗାଧୋଇବା ପାଇଁ ତିନି ଜଣ ଯୁବକ ନଦୀରେ ଗାଧୋଇବା ବେଳେ ହଠାତ୍ ନଦୀ ପାଣିରେ ବୁଡି ଯାଇଥିଲେ।ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ଏପର୍ଯ୍ୟନ୍ତ ତିନି ଜଣ ଯୁବକ ଙ୍କ ପତ୍ତା ମିଲୁନଥିବା ସୂଚନା ମିଳିଛି।