ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରାବାସ ଫିସ୍ କମାଇବା ଦାବିରେ ପ୍ରସାଶନିକ ଭବନ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ
କିଛିମାସ ତଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ର ହଷ୍ଟେଲ ଫି କମେଇବା ପାଇଁ ଆନ୍ଦୋଳନକୁ ଓହ୍ଲାଇ ଥିଲେ ଏବଂ ବିଶ୍ବବିଦ୍ୟାଳୟ ପ୍ରସାଶନ ଦାବି ପୁରଣ ପ୍ରତିଶୃତି ଦେବା ପରେ ସେ ଦିନ ଆନ୍ଦୋଳନରୁ ଛାତ୍ର ମାନେ ଓହରି ଥିଲେ । ତେବେ ସେ ପ୍ରତିଶୃତି କାର୍ଯ୍ୟକାରି ନ ହେବାରୁ ମଂଗଳବାର ମଧ୍ୟାହ୍ନରେ ପୁଣି ଶହ ଶହ ଛାତ୍ରଛାତ୍ରୀ କୁଳପତିଙ୍କୁ ଘେରିଥିଲେ ଓ ଫି ବୃଦ୍ଧି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନଦେଇ ପ୍ରସାଶନିକ ଭବନ ସାମ୍ନାରେ ଧାରଣରେ ବସିଥିଲେ l ଦୀର୍ଘଦିନ ଧରି ଦାବି କରିଆସୁଥିବା ସର୍ବାଧିକ ହଷ୍ଟେଲ ଫି ନେଇ ଆଜି ଘେରିବା ସହ ଧାରଣରେ ବସିଥିଲେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ।