ସତ୍ୟବାଦୀ: ବିଶ୍ୱ ଯକ୍ଷ୍ମା ଦିବସ ଅବ୍ୟବହିତ ପୂର୍ବରୁ ସତ୍ୟବାଦୀରେ ବୁଲୁଛି ଯକ୍ଷ୍ମା ସଚେତନତା ଗାଡି
Satyabadi, Puri | Mar 16, 2024 ମାର୍ଚ୍ଚ୨୪ ରେ ପାଳିତ ହେବାକୁ ଥିବା ବିଶ୍ୱ ଯକ୍ଷ୍ମା ଦିବସ ଅବ୍ୟବହିତ ପୂର୍ବରୁ ଶନିବାର ଦିନ ୧୨ ଘଟିକା ସମୟରେ ସତ୍ୟବାଦୀର ବିଭିନ୍ନ ଗ୍ରାମପଞ୍ଚାୟତରେ ଯକ୍ଷ୍ମା ସଚେତନତା କାର୍ଯ୍ୟକ୍ରମ ପାଈଁ ବୁଲିଛି ଏକ ଗାଡି । ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମିଳିତ ସହଯୋଗରେ ଏହି ଗାଡି ବୁଲି ବୁଲି ଲିଫଲେଟ ବାଣ୍ଟି ସଚେତନ କରୁଥିବାର ଦେଖିବାକୁ ମିଳିଥିଲା ,ତେବେ ସୂଚନାଯୋଗ୍ୟ କି ଏହି ଗାଡି ମାର୍ଚ୍ଚ ୧୨ରୁ ବୁଲିବା ଆରମ୍ଭ କରିଥିଲା ।