ବଲାଙ୍ଗୀର ଜିଲ୍ଲାରେ ମଦପିଇ ଗାଡି ଚଳାଉଥିବା ଅମାନିଆ ଡ୍ରାଇଭର ମାନଙ୍କ ଉପରେ ଚେକିଙ୍ଗ ନେଇ ସରକାର କଠୋର ନିର୍ଦ୍ଦେଶ ଦିଆ ଯିବା ସତ୍ତେ, ଅଞ୍ଚଳରେ ତାହାର କୌଣସି ପ୍ରଭାବ ଦେଖାଯାଉନାହିଁ। ଆଜି ଉପରବେଳା ୨୬ ନମ୍ବର ଜାତୀୟ ରାଜପଥର ସଇଁତଳା ରୁଟ୍ରେ ନିଶାଶକ୍ତ ଡ୍ରାଇଭର ନିୟନ୍ତ୍ରଣ ହରେଇ ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୁର୍ଡା ଗାଁରେ ରାସ୍ତା କଡରେ ବାଦାମ ବିକୁ ଥିବା ଶଶିକାନ୍ତ ପ୍ରଧାନଙ୍କ ଦୋକାନକୁ ଗାଡି ଟି ଜୋରେ ଧକ୍କା ଦେଇ ଗଛରେ ପିଟି ହୋଇଥିବାରୁ ସ୍ଥଳ ତିବ୍ର ଅସନ୍ତୋଷ ଦେଖା ଦେଇଛି। ଡ୍ରାଇଭର ଗୁରୁତର ଅବସ୍ଥାରେ ରହିଥିବା ବେଳେ କାରରେ ବସିଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଗୁରୁ