ବଲାଙ୍ଗୀର ଜିଲ୍ଲାର ମାନହିରା ଗ୍ରାମ ପଞ୍ଚାୟତ ଓ ଚନ୍ଦନଭାଟି ଗ୍ରାମ ପଞ୍ଚାୟତ ଅଧୀନର ବାଘଲା ଗ୍ରାମରେ ଆଜି ଶେୟରହୋଲ୍ଡର ସଚେତନତା ଓ ସଂଗଠନ ସଭା ଅନୁଷ୍ଠିତ ହୋଇଛି। ଏହି ସଭାରେ ଓଡିଶା ଲାଇଭଲିହୁଡ୍ସ ମିଶନ୍ (OLM) ର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର (BPM) ଓ ଓରମାସ୍ (ORMAS) ଅଧିକାରୀମାନେ ଯୋଗଦେଇଥିଲେ। ସେମାନେ ଶେୟରହୋଲ୍ଡରମାନଙ୍କୁ ସଂଗଠିତ ହୋଇ ଆର୍ଥିକ ସଶକ୍ତିକରଣ ଓ ନିଜସ୍ଵ ସଂସ୍ଥା ସୁଦୃଢ଼ କରିବା ପାଇଁ ପ୍ରେରିତ କରିଥିଲେ। ସଭାରେ ଗ୍ରାମ ସ୍ତରର ନାରୀ ମଣ୍ଡଳ, ସଂଘ ଓ ସିଏଲଏଫ୍ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ହୋଇଥିଲେ