ପଟ୍ଟାଙ୍ଗୀ: ନନ୍ଦପୁର ଠାରେ ନନ୍ଦପୁର ବ୍ଲକକୁ ସବ ଡିଭିଜନ ଓ ପାଡୁଆକୁ ବ୍ଲକ୍ ମାନ୍ୟତା ଦାବି ନେଇ 23 ପଞ୍ଚାୟତରୁ ସର୍ବ ଦଳୀୟ ବୈଠକ ଅନୁଷ୍ଠିତ
ନନ୍ଦପୁର ବ୍ଲକ କୁ ସବ ଡିଭିଜନ ଓ ପାଡୁଆକୁ ବ୍ଲକ ମାନ୍ୟତା ଦାବି ନେଇ ରବିବାର ନନ୍ଦପୁର ସିମାଦ୍ରି ଆପାନା କଲ୍ୟାଣ ମଣ୍ଡପ ରେ 23 ଗୋଟି ଗ୍ରାମ ପଞ୍ଚାୟତ ର ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଥିବା ଅପରାହ୍ନ ୪.୩୦ଟା ସମୟରେ ସୂଚନାl ବରିଷ୍ଠ ନେତା ତଥା ପୂର୍ବତନ ସରପଂଚ ଜଗନ୍ନାଥ ପାଙ୍ଗି ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ବହୁ ବୁଦ୍ଧିଜୀବୀ ସହ ବିଭିନ୍ନ ରାଜନୀତିକ ଦଳ ର ନେତା ଯୋଗ ଦେଇଥିଲେ l