ଛତ୍ରପୁର: ବ୍ରହ୍ମପୁର ହରିହର ନଗର ହରିହର ଭେଟ ମନ୍ଦିର ପରିସରରେ ଘିମିରିର ସଚେତନତାକୁ ସ୍ଵାସ୍ତ୍ୟ ଶିବିର ଅନୁଷ୍ଠିତ
ଆଜି ସୋମବାର ସକାଳ 7ଘଣ୍ଟା ସମୟରେ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଘିମିରି ନିରାକରଣ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଗ୍ରୀଷ୍ମ ରୁତୁର ଉତ୍ତାପରୁ ସ୍ଵେଦ ଓ ମଇଳା ଚର୍ମରେ ଜମେ ଫଳରେ ଘିମିରି ଜାତ ହୁଏ l କୁଣ୍ଡାଇ ହୁଏ, କୁଣ୍ଡାଇଲେ ଲାଲ୍ ପଡି ଜଳେ l ତ୍ଵଚାକୁ ମୁଲତାନି ମାଟି ଲଗାଇ ସଫା କରନ୍ତୁ l ସ୍ନାନ ପରେ ଚନ୍ଦନ କିମ୍ବା ବେଣାଚେର ଚିକ୍କଣ ଚୁର୍ଣ୍ଣ ଲଗାନ୍ତୁ l କୁଣ୍ଡାଇ ହେଲେ ନ କୁଣ୍ଡାଇ ଘୃତ କୁମାରୀ ରସ ଲଗାନ୍ତୁ l