ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ପଞ୍ଚାୟତ ନନ୍ଦିଘର ଗ୍ରାମ ନିକଟ ଖେଳ ପଡିଆରେ କିଛିଦିନ ହେବ ଜାରିରହିଥିବା ଜି କ୍ରିକେଟ ଟି 20 ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଗ୍ରାମର ଯୁବ ଗୋଷ୍ଠୀ ପକ୍ଷରୁ ଏହି ଟୁର୍ନାମେଣ୍ଟ ଆୟୋଜନ ହୋଇଥିବା ବେଳେ ଆଖପାଖ ଅଞ୍ଚଳର ବହୁ ଟିମ ଏଥିରେ ଭାଗ ନେଇଥିଲେ l ତେବେ ଆଜି ଫାଇନାଲ ମ୍ୟାଚ ରହିଥିବା ବେଳେ ଏଥିରେ ନନ୍ଦିଘର କ୍ରିକେଟ ଟିମ ବିଜେତା ହୋଇଛି l ଉଦଯାପନୀ ଉତ୍ସବରେ ପୂର୍ବତନ ସାନଖେମୁଣ୍ଡି ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜେତା ଓ ପରାଜିତ ଟିମ କୁ ଟ୍ରଫି ଦେଇ ସନମାନୀତ କରିଥିଲେ l