ବେଆଇନ ବାଣ କୁ ନେଇ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ ରେ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମୋଟ ୧୩୮ ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଏଥି ସହିତ ୯୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରାଯାଇଥିବା ମଂଗଳବାର ଅପରାହ୍ନରେ ଜିଲ୍ଲା ପୋଲିସ ମୁଖ୍ଯାଳୟରୁ ସୂଚନା ଦିଆଯାଇଛି।