ସାଧପଡ଼ା ଗ୍ରାମର ରସାନନ୍ଦ କମାର ସାଧପଡ଼ା ଛକ ଠାରେ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ୍ ତାଙ୍କୁ ଧକ୍କା ଦେବା ରୁ ଘଟଣାସ୍ଥଳରେ ହିଁ ତାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଶୁକ୍ରବାର ଦିନ ବାଇକ୍ ଚାଳକ ଥିବା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ କୁଟୁନିଆ ଗ୍ରାମର ପାଣୁ ଲାକ୍ରାଙ୍କ ପୁଅ ଆଲୋକ ଲାକ୍ରାକୁ ଗୋବିନ୍ଦପୁର ପୁଲିସ ଗିରଫ କରି କୁଚିଣ୍ଡା କୋର୍ଟ କୁ ଚାଲାଣ କରିଥିବା ସୂଚନା ରହିଛି।