ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ପଟିଆ ଗ୍ରାମପଞ୍ଚାୟତ କଣ୍ଟାସିରି ସାହି ଓ ପାଇକ ସାହିରେ ଆୟୋଜିତ ନାମ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେଲେ ରଣପୁର ବିଧାୟକ ତଥା ନୟାଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ। ଶ୍ରୀ ପ୍ରଧାନ ଆୟୋଜିତ ଏହି ନାମ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହ ସେମାନଙ୍କ ଦୁଃଖସୁଖ ପଚାରି ବୁଝିଥିଲେ। ବିଧାୟକଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ।